ରାଜ୍ୟରେ ଆଉ ୧୦୫ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ୧୦୫ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୬୩ ଓ ସ୍ଥାନୀୟ ଅଂଚଳରୁ ୬୨ ଜଣ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୯ ଜଣ ହେଉଛନ୍ତି ୧୮ ବର୍ଷରୁ କମ ବୟସ୍କ ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୮, ମୟୂରଭଞ୍ଜରୁ ୧୦, କେନ୍ଦୁଝରରୁ ୫, ଯାଜପୁରରୁ ୫, ଗଞ୍ଜାମରୁ ୪, କଟକରୁ ୪, କେନ୍ଦ୍ରାପଡାରୁ ୪, ଅନୁଗୁଳରୁ ୩, ବରଗଡରୁ ୨, ନୟାଗଡରୁ ୨, ସମ୍ବଲପୁରରୁ ୨, ସୁନ୍ଦରଗଡରୁ ୧, କନ୍ଧମାଳରୁ ୧, ଭଦ୍ରକରୁ ୧, ବାଲେଶ୍ୱରରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୫ଟି ଜିଲ୍ଲାରୁ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇ ନ ଥିବା ବେଳେ ଷ୍ଟେଟ ପୁଲ୍‌ରୁ ୧୨ଟି ମାମଲା ରିପୋର୍ଟ ହୋଇଛି ।

ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୫୦ ହଜାର ୩୫୪କୁ ବୃଦ୍ଧି ପାଇଥିବା ବେଳେ ଏଥିରୁ ସୁସ୍ଥ ହୋଇସାରିଛନ୍ତି ୧୦ ଲକ୍ଷ ୩୯ ହଜାର ୬୭୩ । ସକ୍ରିୟ ମାମଲା ରହିଛି ୨ ହଜାର ୨୦୫ ।

Comments are closed.