ବାତ୍ୟା କ୍ଷୟକ୍ଷତି ସଂପର୍କିତ ରିପୋର୍ଟ ମାଗିଲା ରାଜସ୍ୱ ଓ ବିପର୍ଯ୍ୟୟ ପରଚାଳନା ବିଭାଗ

ଭୁବନେଶ୍ୱର – ବାତ୍ୟାଜନିତ ବର୍ଷାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତି ରିପୋର୍ଟ ମଗାଯାଇଛି । ବାତ୍ୟା କ୍ଷୟକ୍ଷତି ନେଇ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ରିପୋର୍ଟ ମଗାଯାଇଛି । ଖୁବ୍ ଶୀଘ୍ର ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ସୂଚନା ଦେଇଛନ୍ତି । ରିଲିଫ କୋଡ୍ ଅନୁଯାୟୀ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ମିଳିବ ବୋଲି ମନ୍ତ୍ରୀ କହିଛନ୍ତି । ବାତ୍ୟା ଅପସରି ଗଲା ପରେ ପ୍ରଭାବିତ ଜିଲ୍ଲାଗୁଡିକର କ୍ଷୟକ୍ଷତି ଆକଳନ ସଂପର୍କିତ ରିପୋର୍ଟ ୭ଦିନ ମଧ୍ୟରେ ମଗାଯିବ ବୋଲି ପୂର୍ବରୁ ପ୍ରେସମିଟରେ ଏସଆରସି ଘୋଷଣା କରିଥିଲେ ।

Comments are closed.