ଇସ୍ତଫା ଘୋଷଣା ପୂର୍ବରୁ କଂଗ୍ରେସରୁ ବିତାଡିତ ହେଲେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ , ବିଜେଡିରେ ଯୋଗ ଦେବା ନେଇ ଚର୍ଚ୍ଚା

ଭୁବନେଶ୍ୱର – ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀଙ୍କୁ କଂଗ୍ରେସରୁ ବହିଷ୍କାର କରାଯାଇଛି । ଦଳବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ପ୍ରଫୁଲ୍ଲଙ୍କୁ ବହିଷ୍କାର କରାଯାଇଥିବା କଂଗ୍ରେସ କହିଛି । ପ୍ରଫୁଲ୍ଲ ମାଝୀ ଆଜି କଂଗ୍ରେସରୁ ଇସ୍ତଫା ଦେବା ନେଇ ଘୋଷଣା କରିଥାନ୍ତେ । କିନ୍ତୁ ଇସ୍ତଫା ଦେବା ପୂର୍ବରୁ ତାଙ୍କୁ ବିଦା କରିଛି କଂଗ୍ରେସ । ପ୍ରଫୁଲ୍ଲ ମାଝୀ କେଉଁ ଦଳରେ ଯୋଗ ଦେବେ ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ବିଜେଡିରେ ସେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ସୁନ୍ଦରଗଡ ଜିଲ୍ଲା ତଳସରା ବିଧାନସଭା ନିର୍ବାଚନମଣ୍ଡଳୀରୁ କଂଗ୍ରେସରୁ ୩ ଥର ନିର୍ବାଚିତ ହୋଇଥିଲେ ପ୍ରଫୁଲ୍ଲ ମାଝୀ । ୨୦୦୬ରେ ସେ ତଳସରା ଉପନିର୍ବାଚନରେ ପ୍ରଥମେ ବିଜୟୀ ହୋଇଥିଲେ ପ୍ରଫୁଲ୍ଲ ମାଝୀ । ୨୦୦୯ ଓ ୨୦୧୪ ନିର୍ବାଚନରେ ମଧ୍ୟ ସେ ବିଜୟୀ ହୋଇଥିଲେ । ୨୦୧୯ ନିର୍ବାଚନରେ କିନ୍ତୁ ସେ ପରାସ୍ତ ହୋଇଥିଲେ ।

Comments are closed.