ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ: ୬ ମାସ ପରେ ଶୀର୍ଷ ସ୍ଥାନକୁ ଫେରିଲା ଭାରତ

ମୁମ୍ବାଇ: ମୁମ୍ବାଇରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚକୁ ୩୭୨ ରନରେ ଜିତିବା ସହ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜକୁ ଭାରତ ୧-୦ରେ କବ୍ଜା କରିଛି ।। ବିଶ୍ୱ ଟେଷ୍ଟ ଚାମ୍ପିୟନ ଦଳ ବିପକ୍ଷ ଏହି ବୃହତ୍ ବିଜୟ ପରେ ଭାରତୀୟ ଦଳ ଟେଷ୍ଟ ର଼୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥାନକୁ ଫେରିଛି । ମୁମ୍ବାଇ ଟେଷ୍ଟ ଶେଷ ହେବା ପରେ ଆଇସିସି ଶ୍ରେଷ୍ଠ ୧୦ ଦଳ ତାଲିକା ଜାରି କରିଛି। ନ୍ୟୁଜିିଲାଣ୍ଡକୁ ହଟାଇ ଭାରତ ପ୍ରଥମ ସ୍ଥାନ ହାସଲ କରିଛି ।

ଭାରତ ପାଖରେ ୧୨୪ ର଼୍ୟାଙ୍କିଙ୍ଗ ପଏଣ୍ଟ ରହିଛି | ଅନ୍ୟପକ୍ଷେ ଭାରତଠାରୁ ହାରିବା ପରେ ନ୍ୟୁଜିଲାଣ୍ଡର ମାନ୍ୟତାରେ ଅବନତି ଘଟିଛି। ୧୨୧ ପଏଣ୍ଟ ସହ ନ୍ୟୁଜିଲାଣ୍ଡ ଦ୍ୱିତୀୟ ସ୍ଥାନକୁ ଖସି ଆସିଛି | ଉଲ୍ଲେଖଯୋଗ୍ୟ ଯେ ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ନ୍ୟୁଜିଲାଣ୍ଡ ଠାରୁ ହାରିବା ପରେ ଭାରତକୁ ଏକ ନମ୍ବର ସ୍ଥାନ ହରାଇବାକୁ ପଡ଼ିଥିଲା । ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ଭାରତକୁ ପରାସ୍ତ କରିବା ପରେ ନ୍ୟୁଜିଲାଣ୍ଡ ନମ୍ବର ଓ୍ବାନ ଦଳ ହୋଇଥିଲା। ଏବେ ପୁଣି ଥରେ ଭାରତ ୬ ମାସ ପରେ ଏକ ନମ୍ବର ଆସନ କବଜା କରିଛି |

Comments are closed.