ଗଜପତି ଜିଲ୍ଲା ନୂଆଗଡ ଫରେଷ୍ଟରଙ୍କ ଘରେ ଭିଜିଲାନ୍ସ ଚଢାଉ

ଭୁବନେଶ୍ୱର- ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗଜପତି ଜିଲ୍ଲା ନୂଆଗଡ ଫରେଷ୍ଟର ଗଣେଶ ପ୍ରଧାନଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ତାଙ୍କର ନୂଆଗଡ ସ୍ଥିତ ସରକାରୀ କାର୍ଯ୍ୟାଳୟ, ବାସଭବନ, ପାରଳାଖେମୁଣ୍ଡିର ଗାନ୍ଧିନଗରରେ ଥିବା ଭଡାଘର ଏବଂ ଗୋଷାଣୀ ବ୍ଲକ ହରିଶ୍ଚନ୍ଦ୍ରପୁର ସ୍ଥିତ ପୈତୃକ ଘରେ ଚଢାଉ ହୋଇଛି । ଚଢାଉ ସଂପର୍କିତ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ଫରେଷ୍ଟରଙ୍କ ବିରୋଧରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ ହୋଇ ଆସୁଥିଲା ।

Comments are closed.