ଓମିକ୍ରନ ନେଇ ଭୟ କରିବା ଆବଶ୍ୟକ ନାହିଁ : ଡିଏମଇଟି

ଭୁବନେଶ୍ୱର- ଓମିକ୍ରନକୁ ନେଇ ଭୟଭୀତ ହେବା ଦରକାର ନାହିଁ ବୋଲି ଡିଏମଇଟି ରମାରମଣ ମହାନ୍ତି କହିଛନ୍ତି । ସେ କହିଛନ୍ତି ଯେ, ରାଜ୍ୟରୁ ୨୪୬ ନମୁନା ଜିନମ ସିକ୍ୱେନ୍ସିଂ ଲାଗି ଯାଇଛି । ଏସବୁ ନମୁନା ବୁର୍ଲା, ମୟୂରଭଞ୍ଜ ସମେତ ବିଭିନ୍ନ କ୍ଲଷ୍ଟରର ପଜିଟିଭ ନମୁନା । କୌଣସି ବିଦେଶ ଫେରନ୍ତା ଓମିକ୍ରମ ଆକ୍ରାନ୍ତ ହୋଇଛନ୍ତି ନା ନାହିଁ, ତାହା ଆସନ୍ତା ଶୁକ୍ରବାର ଜଣାପଡିବ । ଡିଏମଇଟି କହିଛନ୍ତି ଯେ, ଓମିକ୍ରନ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ । ଓମିକ୍ରନ ଆକ୍ରାନ୍ତ ବ୍ୟକ୍ତିଙ୍କଠାରେ ସ୍ୱଳ୍ପ ଲକ୍ଷଣ ଦେଖାଦେଉଛି । ୧୮ ବର୍ଷରୁ କମ୍ ବୟସ୍କଙ୍କ ଟିକାକରଣ ପ୍ରକ୍ରିୟା ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି । ଯଦି ସେମାନଙ୍କୁ ଟିକା ଦିଆଯାଏ, ତେବେ ୧୦୦ ପ୍ରତିଶତ ଜନସଂଖ୍ୟାର ଟିକାକରଣ କରାଯାଇପାରିବ ବୋଲି ଡିଏମଇଟି କହିଛନ୍ତି ।

Comments are closed.