ବିଧାନସଭାରେ ଅଚଳାବସ୍ଥା ଜାରି, ବିଜେଡି କହିଲା, ‘ ବିରୋଧୀଙ୍କୁ ସଦବୁଦ୍ଧି ଦିଅନ୍ତୁ ଜଗନ୍ନାଥ ‘

ଭୁବନେଶ୍ୱର – ବିଧାନସଭାରେ ଅଚଳାବସ୍ଥା ଜାରି ରହିଛି । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଚାଲିପାରୁନି ଗୃହ । ଶୀତକାଳୀନ ଅଧିବେଶନର ଷଷ୍ଠ ଦିନରେ ବି ସମାନ ଅବସ୍ଥା । ଆଜି ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରକେ ମମିତା ମେହେର ହତ୍ୟା ମାମଲାରେ ବିରୋଧୀ ଦଳ ହଟ୍ଟଗୋଳ ଆରମ୍ଭ କରିଦେଇଥିଲେ । ଗୃହ ଅଚଳ କରୁଥିବା ଯୋଗୁଁ ଶାସକ ବିଜେଡିର ସଦସ୍ୟମାନେ ବି ପ୍ରତିବାଦ କରିଛନ୍ତି । ‘ହେ ପ୍ରଭୁ ବିରୋଧୀଙ୍କୁ ସଦ୍‌ବୁଦ୍ଧି’ ଦିଅ ବୋଲି ବିଜେଡି ସଦସ୍ୟମାନେ ପ୍ଲାକାର୍ଡ ଧରି ଗୃହରେ ସ୍ଲୋଗାନ ଦେଇଥିଲେ । ପ୍ରବଳ ହଟ୍ଟଗୋଳକୁ ଦେଖି ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଛନ୍ତି ।
ଗୃହରେ ଅଚଳାବସ୍ଥା ଯୋଗୁଁ ବିରୋଧୀ ଦଳଙ୍କୁ ଦାୟୀ କରିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ । ଜଗନ୍ନାଥ ବିରୋଧୀ ଦଳଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି ସେ କହିଛନ୍ତି ।

Comments are closed.