କଟକ ରେଳ ଷ୍ଟେସନରୁ ଯବାନ ନିଖୋଜ

କଟକ- କଟକ ରେଳ ଷ୍ଟେସନରୁ ଜଣେ ସେନା ଯବାନ ନିଖୋଜ ହୋଇଯାଇଛନ୍ତି । ଏ ନେଇ ସେନା ପକ୍ଷର ରେଳବାଇ ପୋଲିସ ଥାନାରେ ଏତଲା ଦିଆଯାଇଛି । ନିଖୋଜ ଯବାନ ହେଉଛନ୍ତି କର୍ଣ୍ଣାଟକର ଟେନଜିନ୍ ଗୱା । ଚୌଦ୍ୱାର ଚାରବାଟିଆରେ ଆୟୋଜିତ ହେଉଥିବା ଏକ ସେନା ପ୍ରଶିକ୍ଷଣ ଶିବିରରେ ଯୋଗ ଦେବାକୁ ୧୫୦ ଜଣ ଯବାନ ଦିଲ୍ଲୀରୁ ରାଜଧାନୀ ଏକ୍ସପ୍ରେସ ଯୋଗେ କଟକ ଆସିଥିଲେ । ଟ୍ରେନ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୩ଟା ବେଳେ କଟକରେ ପହଂଚିଥିଲା । ସବୁ ଯବାନ ଓହ୍ଲାଇଥିବା ବେଳେ ଗଣତି ବେଳେ ଯବାନ ଟେନଜିନ୍ ଗୱା ନ ଥିବା ଜଣପଡିଥିଲା । ମୋବାଇଲ ଯୋଗେ ବି ତାଙ୍କ ସହ ଯୋଗାଯୋଗ ହୋଇ ପାରି ନ ଥିଲା ।

Comments are closed.