ରାଜ୍ୟରେ ଆଉ ୧୯୫ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୧୯୫ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୧୧୫ ଓ ସ୍ଥାନୀୟ ଅଂଚଳରୁ ୮୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୨୪ ଜଣ ହେଉଛନ୍ତି ୧୮ ବର୍ଷରୁ କମ୍ ବୟସ୍କ ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୯, ମୟୂରଭଞ୍ଜରୁ ୧୩, ସୁନ୍ଦରଗଡରୁ ୧୧, କଟକରୁ ୧୧, ସମ୍ବଲପୁରରୁ ୮, ଢେଙ୍କାନାଳରୁ ୫, ଯାଜପୁରରୁ ୫, ପୁରୀରୁ ୪, ଅନୁଗୁଳରୁ ୨, ବାଲେଶ୍ୱରରୁ ୨, ବରଗଡରୁ ୨, ଝାରସୁଗୁଡାରୁ ୨, କେନ୍ଦ୍ରାପଡାରୁ ୨, ନୟାଗଡରୁ ୨, ରାୟଗଡାରୁ ୧, ସୋନପୁରରୁ ୧ ବଲାଙ୍ଗୀରରୁ ୧ ଓ ଗଜପତିରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୫୦ ହଜାର ୯୫୫କୁ ବୃଦ୍ଧି ପାଇଥିବା ବେଳେ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୪୦ ହଜାର ୪୦୩ । ସକ୍ରିୟ ମାମଲା ସଂଖ୍ୟା ୨ ହଜାର ୭୧ ରହିଛି ।

Comments are closed.