ଭୁବନେଶ୍ୱର- ଆଜି ହେଉଛି ବିଶ୍ୱ ମାନବାଧିକାର ଦିବସ । ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜନସାଧାରଣଙ୍କ ସାମାଜିକ, ସାଂସ୍କୃତିକ ଓ ଶାରୀରିକ ଅଧିକାର ବାବଦରେ ସଚେତନତା ସୃଷ୍ଟି କରିବା ଉପରେ ଜୋର୍ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ଅସମାନତା, ଭେଦଭାବ ଦୂର କରିବା ସହ ଏକ ନ୍ୟାୟସଙ୍ଗତ ବିଶ୍ୱର ନିର୍ମାଣ ଦିଗରେ ସମସ୍ତ ଅଧିକାରର ସୁରକ୍ଷା ଦିଗରେ ବ୍ରତୀ ହେବା ପାଇଁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରତିବର୍ଷ ଡିସେମ୍ବର ୧୦ ତାରିଖରେ ବିଶ୍ୱ ମାନବାଧିକାର ଦିବସ ପାଳନ କରାଯାଏ ।
Comments are closed.