ରାଜ୍ୟରେ ଆଉ ୨୮୬ କୋରୋନା ମାମଲା ଚିହ୍ନଟ

ଭୁବନେଶ୍ୱର-ରାଜ୍ୟରେ କୋରୋନାର ଆଉ ୨୮୬ଟି ନୂଆ ମାମଲା ରେକର୍ଡ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ସଙ୍ଗରୋଧରୁ ୧୬୮ ଓ ସ୍ଥାନୀୟ ଅଞ୍ଚଳରୁ ୧୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୪୦ ଜଣ ଅଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲାରୁ ୨୧, କଟକରୁ ୧୭, ସୁନ୍ଦରଗଡରୁ ୧୫, ଢେଙ୍କାନାଳରୁ ୯, ପୁରୀରୁ ୮, ସମ୍ବଲପୁରରୁ ୬, ଝାରସୁଗୁଡାରୁ ୫, ଗଞ୍ଜାମରୁ ୫, କେନ୍ଦ୍ରାପଡାରୁ ୪, ଯାଜପୁରରୁ ୪, ବାଲେଶ୍ୱରରୁ ୩, ଜଗତସିଂହପୁରରୁ ୩, କେନ୍ଦୁଝରରୁ ୩, ଅନୁଗୁଳରୁ ୧, ନୟାଗଡରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏ ଯାଏଁ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୫୧ ହଜାର ୨୪୧କୁ ବୃଦ୍ଧି ପାଇଥିବା ବେଳେ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୪୦ ହଜାର ୬୨୦ । ୨ ହଜାର ୧୩୭ ଜଣ ଚିକିତ୍ସାଧୀନ ଅଛନ୍ତି ।

Comments are closed.