ହାଇସ୍କୁଲରେ ବିଦ୍ୟୁତ ସମସ୍ଯା ନେଇ ନିର୍ବାହୀ ଯନ୍ତ୍ରୀଙ୍କୁ ଭେଟିଲା ବିଜେଡି ପ୍ରତିନିଧି ଦଳ

ସମ୍ବଲପୁର: ଜିଲ୍ଲା ଗୋଶାଳା ପଂଚାୟତ ଉଚ୍ଚବିଦ୍ୟାଳୟର ଲାଇନ ସମସ୍ୟାକୁ ନେଇ ଆଜି ବିଜୁ ଯୁବ ଜନତା ଦଳର ଧନକଉଡା ବ୍ଲକର ଏକ ପ୍ରତିନିଧି ଦଳ ସହିତ ସ୍କୁଲ ଆଲୁମିନି କମିଟି ସହିତ ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ଭେଟିଛନ୍ତି।

ବିଜେଡି ବ୍ଲକ ସଭାପତି ବାଞ୍ଛାନିଧି ମିଶ୍ର, ଜିଲ୍ଲା ସମ୍ପାଦକ ମନ ଥପା ଓ ସ୍କୁଲ ଆଲୁମୁନି କମିଟି ଉପସଭାପତି ଜିତୁ ନନ୍ଦ ଙ୍କ ମିଳିତ ନେତୃତ୍ୱରେ ସମ୍ବଲପୁର ଅଇଠାପାଲି ସ୍ଥିତ executive engineer electrical division ଅଫିସ ଗୋଶାଳା ସରକାରୀ ଉଚ୍ଚ ବିଦ୍ୟାଳୟ ର ବିଦ୍ୟୁତ ସରବରାହ ବିଛିନ୍ନ ସମସ୍ୟା କୁ ନେଇ ବିଦ୍ୟାଳୟ କମିଟି ଓ ବିଜୁ ଜନତା ଦଳର କର୍ମକର୍ତ୍ତା ମାନେ executive engineer ଙ୍କୁ ଭେଟିଥିଲେ। ସରକାରୀ ଉପମୁଖ୍ୟ ସଚେତକ ତଥା ରେଢ଼ାଖୋଲ ବିଧାୟକ ଇଂ ରୋହିତ ପୂଝାରୀ ଙ୍କ ହସ୍ତକ୍ଷେପ ପରେ ସମସ୍ୟାର ସମାଧାନ ହୋଇଥିଲା।ଏଥିରେ ସମ୍ବଲପୁର ଜୋନ ସଭାପତି ଦେବାଶିଷ ପରିଡା,ବ୍ଲକ ସଭାପତି ବାଞ୍ଛାନିଧି ମିଶ୍ର, ଜିଲ୍ଲା ସମ୍ପାଦକ ମନ ଥପା, ଧନକଉଡା ଡିଜିଟାଲ ସେକ୍ରେଟାରୀ ସୁଦର୍ଶନ ହରିପାଲ, ବ୍ଲକ ଉପାଧ୍ୟାକ୍ଷା ସୁଷମା ସାହୁ,ମୃତୁଞ୍ଜୟ ପୁରୋହିତ, ସୁଦାମ ସେଟ, ଧରଣୀ ରଣା, ଜିତୁ ନନ୍ଦ, ପ୍ରଦୀପ ସେଟ,ବଂଶୀଧର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.