ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ପାଇଁ ଆଉ ଚାରିମାସ ଅତିରିକ୍ତ ଚାଉଳ ଯୋଗାବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର- ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀଙ୍କ ପାଇଁ ଅତିରିକ୍ତ ଚାଉଳ ବଂଟନ ଅବଧିକୁ ଆଉ ଚାରିମାସ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଡିସେମ୍ବରରୁ ମାର୍ଚ୍ଚ ଯାଏଁ ମାଗଣାରେ ହିତାଧିକାରୀଙ୍କୁ ମାସକୁ ୫ କିଲୋ ଅତିରିକ୍ତ ଚାଉଳ ଯୋଗାଇ ଦିଆଯିବ । ଏହା ଦ୍ୱାରା ୧୫ ଲକ୍ଷ ହିତାଧିକାରୀ ଉପକୃତ ହେବା ସହ ରାଜ୍ୟ ସରକାରଙ୍କ ଉପରେ ୬୮ କୋଟି ୧୩ ଲକ୍ଷ ବ୍ୟୟ ବୋଝ ପଡିବ । କୋଭିଡ ମହାମାରୀ ଯୋଗୁଁ ସୃଷ୍ଟି ହୋଇଥିବା ଆର୍ଥିକ ସ୍ଥିତି ପାଇଁ ଚାରିମାସ ଅତିରିକ୍ତ ଚାଉଳ ବଂଟନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ୨ ଲକ୍ଷ ୮୮ ହଜାର ୫୨୮ ପରିବାରର ୯ ଲକ୍ଷ ୧୫ ହଜାର ୫୩୨ ସଦସ୍ୟ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଉପକୃତ ହେବେ । ଏଥିପାଇଁ ପ୍ରତିମାସରେ ୪ ହଜାର ୫୭୮ ଟନ୍ ଚାଉଳ ଯୋଗାଣ କରାଯିବ । ମୋଟ ୧୮ ଲକ୍ଷ ୩୧୦ ଦଶମିକ ୬୪୦ ଟନ୍ ଚାଉଳ ଷ୍ଟେଟ ପୁଲରୁ ଯୋଗାଇ ଦିଆଯିବ । ଏଥିପାଇଁ ରାଜ୍ୟ ରାଜକୋଷରୁ ୬୮ କୋଟି ୧୩ ଲକ୍ଷ ଖର୍ଚ୍ଚ ହେବ ।

Comments are closed.