ଗଞ୍ଜାମ ଗସ୍ତ ପୂର୍ବରୁ ଟ୍ୱିଟରରେ ତାରାତାରିଣୀ ମନ୍ଦିରର ଫଟୋ ପୋଷ୍ଟ୍ କଲେ ମୁଖ୍ୟମନ୍ତ୍ରୀ, କହିଲେ ଜିଲ୍ଲା ଗସ୍ତ ତାଙ୍କ ପାଇଁ ସର୍ବଦା ସ୍ୱତନ୍ତ୍ର ଅନୁଭବ

ଭୁବନେଶ୍ୱର- ଆଜି ଗଞ୍ଜାମ ଜିଲ୍ଲା ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳିକାଟୁରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲ୍‌ଥ କାର୍ଡ ବଂଟନର ଶୁଭାରମ୍ଭ କରିବେ । ଏହାଛଡା ସେ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀ ପୀଠର ଉନ୍ନତିମୂଳକ କାର୍ଯ୍ୟର ଲୋକାର୍ପଣ କରିବେ । ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀ ତାରାତାରିଣୀ ମନ୍ଦିରର ଏକ ମନୋରମ ଫଟୋ ନିଜର ଟ୍ୱିଟର ଆକାଉଂଟକେ ପୋଷ୍ଟ କରିଛନ୍ତି । ଫଟୋ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, ଗଞ୍ଜାମ ମାଟିକୁ ଗସ୍ତ କରିବା ତାଙ୍କ ପାଇଁ ସବୁବେଳ ସ୍ୱତନ୍ତ୍ର ଅନୁଭବ ।

Comments are closed.