ପ୍ରସିଦ୍ଧ ଶକ୍ତିପୀଠ ତାରାତାରିଣୀ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ପୀଠର ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା

ବ୍ରହ୍ମପୁର – ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ତାରାତାରିଣୀ ପୀଠ ଯାଇ ମା’ଙ୍କ ଦର୍ଶନ କରିଥିଲେ । ପ୍ରସିଦ୍ଧ ଶକ୍ତିପୀଠ ତାରାତାରିଣୀରେ ପହଂଚିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ମନ୍ଦିରର ମୁଖ୍ୟ ପୂଜକ ମୁଖ୍ୟମନ୍ତ୍ରୀଙ୍କୁ ମା’ଙ୍କ ଓଢଣୀ ପ୍ରଦାନ କରିଥିଲେ । ମା’ଙ୍କ ଦର୍ଶନ ସହ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ ନବୀନ । ଏହି ଅବସରରେ ସେ ପୀଠର ଉନ୍ନତିମୂଳକ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଥିଲେ । ୨୦୨୩ରେ ପୀଠର ଉନ୍ନୟନମୂଳକ କାର୍ଯ୍ୟ ଶେଷ ହେବ ବୋଲି ଏହି ଅବସରରେ ପ୍ରକାଶ କରିଥିଲେ ନବୀନ । ମୁଖ୍ୟମନ୍ତ୍ରୀଙ୍କ ତାରାତାରିଣୀ ମନ୍ଦିର ପରିଦର୍ଶନ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଏହି ଅବସରରେ ୫-ଟି ସଚିବ ଭି.କେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ ।

Comments are closed.