ହିଞ୍ଜିଳିରେ ମୁଖ୍ୟମନ୍ତ୍ରୀ, ସ୍ମାର୍ଟ ସରକାରୀ ହାଇସ୍କୁଲ ପରିଦର୍ଶନ କଲେ, ଛାତ୍ରଛାତ୍ରୀଙ୍କ ସହ ଶ୍ରେଣୀଗୃହରେ ବସି ବାର୍ତ୍ତାଳାପ କଲେ

ହିଞ୍ଜିଳି – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ୫-ଟି ଯୋଜନାରେ ରୂୂପାନ୍ତରିତ ହିଞ୍ଜିଳିକାଟୁ ସରକାରୀ ସ୍ମାର୍ଟ ହାଇସ୍କୁଲ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀଙ୍କ ସହ କିଛି ସମୟ ଅତିବାହିତ କରି ସେମାନଙ୍କ ସହ ବାର୍ତ୍ତାଳାପ କରିଛନ୍ତି ମୁଖ୍ୟମନ୍ତ୍ରୀ । କିଭଳି ପାଠପଢା ହେଉଛି, ସେ ପିଲାମାନଙ୍କୁ ପଚାରି ବୁଝିଥିଲେ । କ୍ଲାସରୁମରେ ଜଣେ ଛାତ୍ର ମୁଖ୍ୟମନ୍ତ୍ରୀଙ୍କ ଫଟୋ ଚିତ୍ର ଭେଟି ଦେଇଥିଲେ । ଉପହାର ପାଇଁ ମୁଖ୍ୟମନ୍ତ୍ରୀ ବେଶୀ ଖୁସି ହୋଇଯିବା ସହ ଫଟୋଚିତ୍ର ବଢିଆ ହୋଇଛି ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀ ଅତ୍ୟାଧୁନିକ ବିଜ୍ଞାନାଗାର ଓ ଲାଇବ୍ରେରୀ ବୁଲି ଦେଖିଥିଲେ । ସ୍କୁଲ୍ ରୂପାନ୍ତରଣ ପରେ କିଭଳି ପିଲା ଉନ୍ନତ ସୁବିଧା ପାଉଛନ୍ତି ତାହା ପଚାରି ବୁଝିଥିଲେ ନବୀନ । ନିଜ ମତାମତ ମଧ୍ୟ ଦେଇଥିଲେ । ପ୍ରଥମ ପର୍ଯ୍ୟାୟରେ ହିଞ୍ଜିଳି ହାଇସ୍କୁଲ ରୂପାନ୍ତରିତା ହୋଇଥିଲା ।

Comments are closed.