ଶ୍ରେଣୀଗୃହରେ ପିଲାଙ୍କ ସହ ନବୀନ ବସିବା ଫଟୋକୁ ନେଇ ଜାତୀୟ ମିଡିଆରେ ଚର୍ଚ୍ଚା, ମୁଖ୍ୟମନ୍ତ୍ରୀଙ୍କୁ ଉଚ୍ଚ ପ୍ରଶଂସା

ଭୁବନେଶ୍ୱର- ଗଞ୍ଜାମ ଜିଲ୍ଲା ଗସ୍ତବେଳେ ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳିରେ ଏକାଧିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ, ୫-ଟି ଅଧୀନରେ ସ୍ମାର୍ଟ ସ୍କୁଲରେ ରୂପାନ୍ତରିତ ହୋଇଥିବା ବୃନ୍ଦାବନ ବିଦ୍ୟାପୀଠକୁ ନବୀନଙ୍କ ପରିଦର୍ଶନ ଏବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ହୋଇଛି । ବୃନ୍ଦାବନ ବିଦ୍ୟାପୀଠକୁ ନବୀନ ପରିଦର୍ଶନ କରି ଶ୍ରେଣୀଗୃହରେ ପିଲାଙ୍କ ସହ ବସିଲେ । ଶିକ୍ଷୟିତ୍ରୀଙ୍କ ପାଠ ପଢା ଦେଖିଲେ । ଆଉ ପିଲାଙ୍କ ସହ ବାର୍ତ୍ତାଳାପ କଲେ ।

 

ଶ୍ରେଣୀଗୃହରେ ମୁଖ୍ୟମନ୍ତ୍ରୀ ପିଲାଙ୍କ ସହ ବସିବା ଫଟୋ ଓ ଖବରକୁ ଜାତୀୟସ୍ତରରେ ବେଶ୍ ଚର୍ଚ୍ଚା ହୋଇଛି । ପିଲାଙ୍କ ପାଠପଢା ସହ ଉଜ୍ଜ୍ୱଳ ଭବିଷ୍ୟତ ଚାହୁଁଥିବା ଜଣେ ମୁଖ୍ୟମନ୍ତ୍ରୀ ଖୋଦ୍ ଶ୍ରେଣୀଗୃହରେ ପିଲାଙ୍କ ସହ ବସିବା ଉଚ୍ଚ ପ୍ରଶଂସିତ ହୋଇଛି । ଜାତୀୟସ୍ତରର ସୁପରିଚିତ ସାମ୍ବାଦିକ ଏଥିପାଇଁ ନବୀନଙ୍କ ପ୍ରଶଂସାରେ ଶତମୁଖ । ନବୀନଙ୍କ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ କାହିଁକି ବିବେଚିତ ହୁଅନ୍ତି, ତାହା ଏଥିରୁ ସ୍ପଷ୍ଟଜଣାପଡୁଛି ବୋଲି ବିଭିନ୍ନ ନ୍ୟୁଜଚ୍ୟାନେଲର ସାମ୍ବାଦିକମାନେ ଟ୍ୱିଟ୍ କରିଛନ୍ତି । ଶ୍ରେଣୀଗୃହରେ ନବୀନ ବସିବା ସମସ୍ତଙ୍କୁ ବେଶ୍ ଆମୋଦିତ କରିଛି । ସମସ୍ତଙ୍କ ମୁହଁରେ ନବୀନଙ୍କ ପ୍ରଶଂସା । କଥା କମ୍ ,କାମ ଅଧିକ କରି ଦେଖାଉଥିବା ମୁଖ୍ୟମନ୍ତ୍ରୀଙ୍କ ଆଉ ଏକ କୋମଳ ତେହେରାକୁ ଦୁନିଆ ଦେଖିଛି ।

Comments are closed.