ବିଏସକେୱାଇ ସ୍ମାର୍ଟ ସ୍ୱାସ୍ଥ୍ୟ ସେବାରେ ଖୋର୍ଦ୍ଧା ସାମିଲ, ଜିଲ୍ଲାବାସୀଙ୍କୁ ୯୮୬ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ

ବେଗୁନିଆ – ବିଏସକେୱାଇ ସ୍ମାର୍ଟ ସ୍ୱାସ୍ଥ୍ୟ ସେବାରେ ସାମିଲ ହୋଇଛି ଖୋର୍ଦ୍ଧା ଜିଲ୍ଲା । ବେଗୁନିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଖୋର୍ଦ୍ଧା ଜିଲ୍ଲା ପାଇଁ ବିଏସକେୱାଇ ସ୍ମାର୍ଟ କାର୍ଡ ବଂଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ଦ୍ୱାରା ଜିଲ୍ଲାର ୪ ଲକ୍ଷ ପରିବାରର ୧୬ ଲକ୍ଷ ହିତାଧିକାରୀ ଉପକୃତ ହେବେ ।

ଖୋର୍ଦ୍ଧା ଜିଲ୍ଲାବାସୀଙ୍କୁ ୯୮୬ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ବିଏସକେୱାଇ ସ୍ମାର୍ଟ କାର୍ଡ ଲୋକଙ୍କ ଦୁଃଖ ଦୂର କରିବ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଖୋର୍ଦ୍ଧାର ମିଶନ ଶକ୍ତି ମାଆମାନେ ପରିବାର ବିକାଶର ସାରଥୀ ସାଜିଛନ୍ତି । ୨୬ ହଜାର ଏସଏଚଜିର ମହିଳାମାନେ ୪୩୨ କୋଟି ଟଙ୍କାର ଋଣ ନେଇଛନ୍ତି । ଏହି ଋଣର ପରିମାଣ ସାରାରାଜ୍ୟରେ ଏକ ରେକର୍ଡ ବୋଲି ମୁଖ୍ୟମନ୍ତ୍ରୀ ବେଗୁନିଆ ସଭାରେ କହିଛନ୍ତି ।

Comments are closed.