ଗଜପତି ଜିଲ୍ଲାରେ ଓଲଟି ପଡିଲା କନ୍ୟାଯାତ୍ରୀ ବସ୍‌, ୨୫ରୁ ଅଧିକ ଆହତ, ୪ ଗୁରୁତର

ପାରଳାଖେମୁଣ୍ଡି- ଗଜପତି ଜିଲ୍ଲା ବୋମିକା ନିକଟରେ ସଡକ ଦୁର୍ଘଟଣା । ବାହାଘର ପାଇଁ ଯାଉଥିବା ଏକ କନ୍ୟାଯାତ୍ରୀ ବସ୍ ଓଲଟି ପଡିବାରୁ ୨୫ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ବସରେ ୩୫ ଜଣ ଯାତ୍ରୀ ଥିଲେ । ଆହତମାନଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବାହାଘର ସାରି ପାରଳାଖେମୁଣ୍ଡିରୁ ପୋଲସରାକୁ ଫେରୁଥିବା ବେଳେ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏକ ଗଛରେ ପିଟି ହୋଇ ବସଟି ଓଲଟି ପଡିଥିବା ସୂଚନା ମିଳିଛି ।

Comments are closed.