ବିଏସକେୱାଇ ସ୍ମାର୍ଟ କାର୍ଡ ପାଇବେ ନୟାଗଡ ଓ ଜଗତସିଂହପୁର ଜିଲ୍ଲା, ଭିସି ଜରିଆରେ ବଂଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ଆଜି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲ୍‌ଥ କାର୍ଡ ସେବାରେ ସାମିଲ ହେବେ ଜଗତସିଂହପୁର ଓ ନୟାଗଡ ଜିଲ୍ଲା । ଦୁଇ ଜିଲ୍ଲାରେ ବିଏସକେୱାଇ ସ୍ମାର୍ଟ କାର୍ଡ ବଂଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୟାଗଡ ଜିଲ୍ଲାର ୨ ଲକ୍ଷ ୨୩ ହଜାର ୬୦ ପରିବାରକୁ ମିଳିବ ସ୍ମାର୍ଟକାର୍ଡ । ଏହାଦ୍ୱାରା ୭ ଲକ୍ଷ ୭୦ ହଜାର ୭୬୭ ଜଣ ହିତାଧିକାରୀ ଉପକୃତ ହେବେ । ନୟାଗଡ ଜିଲ୍ଲାବାସୀଙ୍କୁ ୯୯୫ କୋଟି ଟଙ୍କାର ପ୍ରକଳ୍ପ ଭେଟିଦେବେ ମୁଖ୍ୟମନ୍ତ୍ରୀ । ଭିସି ଜରିଆରେ ଦୁଇ ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ।

Comments are closed.