ହୀରାକୁଦରେ ଇକୋ ରିଟ୍ରିଟ ଆରମ୍ଭ, ‘ପର୍ଯ୍ୟଟନର ସୁଯୋଗକୁ ଅଧିକ ବ୍ୟାପକ କରିବ ଏହି ପ୍ରକଳ୍ପ’

ସମ୍ବଲପୁର: ବର୍ଷକ ପରେ ପୁଣି ହୀରାକୁଦରେ ଇକୋ ରିଟ୍ରିଟ ଆଜି ଆରମ୍ଭ ହୋଇଛି।

ଭର୍ଚୁଆଲରେ ମୁଖ୍ଯମନ୍ତ୍ରୀ ଏହାର ଶୁଭାରମ୍ଭ କରିଛନ୍ତି। ଜମାଦାରପାଲି ଜଳଭଣ୍ଡାର କୂଳରେ ଏହା ଆୟୋଜିତ ହୋଇଛି। ଏହି ପ୍ରକଳ୍ପର ଶୁଭାରମ୍ଭ ସମୟରେ କୁଚିଣ୍ଡା ବିଧାୟକ କିଶୋର ନାଏକ, ଆରଡିସି ଏବଂ ଜିଲ୍ଲାପାଳ ଶୁଭମ ସକ୍ସେନା ପ୍ରମୁଖ ଯୋଗଦେଇ ଥିଲେ।

ପଶ୍ଚିମ ଓଡିଶାରେ ଏହି ପ୍ରକଳ୍ପ ପର୍ଯ୍ୟଟନର ସୁଯୋଗକୁ ଅଧିକ ବ୍ୟାପକ କରିବ ବୋଲି ମୁଖ୍ଯମନ୍ତ୍ରୀ ଏହାର ଶୁଭାରମ୍ଭ କରି କହିଛନ୍ତି। ହୀରାକୁଦ ବନ୍ଧ ଏହାର ବିସ୍ତୀର୍ଣ୍ଣ ଜଳରାଶିରେ ବିଦେଶାଗତ ପକ୍ଷୀଙ୍କ ସମାଗମ ଏକ ଭିନ୍ନ ଅନୁଭବ ଦେବ। ଏହାଛଡା ଡେବ୍ରିଗଡ, ସମଲେଶ୍ବରୀ ଆଦି ସମସ୍ତ ଦର୍ଶନୀୟ ସ୍ଥାନ ଦେଖିବାର ସୁଯୋଗ ସୃଷ୍ଟି କରାଯାଇଛି।

ଇକୋ ରିଟ୍ରିଟ ରେ ଜଳଭଣ୍ଡାର କୂଳରେ ପର୍ଯ୍ୟଟକଙ୍କ ପାଇଁ ୨୫ଟି କଟେଜ ନିର୍ମାଣ ହୋଇଥିବା ବେଳେ ଏଥିରେ ସବୁ ପ୍ରକାର ସୁବିଧା ଉପଲବ୍ଧ କରାଯାଇଛି। ଏହାବାଦ ବୋଟିଂ, ଜେଟ୍ ସ୍କି, ପାରା ଗ୍ଲାଇଡିଂ ଆଦିର ମଜା ନେଉଛନ୍ତି ପର୍ଯ୍ୟଟକ। ରାଜ୍ଯ ତଥା ଦେଶର ସବୁ ପ୍ରାନ୍ତର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ସରକାରଙ୍କ ଏହି ପଦକ୍ଷେପ ନିହାତି ଭାବେ ସ୍ବାଗତଯୋଗ୍ୟ।

Comments are closed.