ନବନିଯୁକ୍ତ ଶିକ୍ଷକ,ଶିକ୍ଷୟିତ୍ରୀଙ୍କ ପାଇଁ ଆଜି ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦିଗଦର୍ଶନ ଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ନବନିଯୁକ୍ତ ୬ ହଜାର ୧୩୧ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଲାଗି ଆଜି ଭୁବନେଶ୍ୱରରେ ଓରିଏଂଟେସନ କାର୍ଯ୍ୟକ୍ରମ ହେଉଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ଆୟୋଜିତ ଏହି ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିକ୍ଷକମାନଙ୍କୁ ଦିଗଦର୍ଶନ ଦେବେ । ଏହି ଓରିଏଂଟେସନରେ କଟକ ଜିଲ୍ଲାରୁ ସର୍ବାଧିକ ୪୩୮ ଜଣ ନବନିଯୁକ୍ତି ଶିକ୍ଷକ ସାମିଲ ହେବେ । ଗଞ୍ଜାମ ଓ ସୁନ୍ଦରଗଡରୁ ୩୯୧ ଜଣେ ଲେଖାଏଁ, ମୟୂରଭଞ୍ଜର ୩୮୨, କେନ୍ଦୁଝରର ୩୫୬, ବଲାଙ୍ଗୀରର ୩୩୦ ଓ ଦେବଗଡରୁ ସର୍ବନିମ୍ନ ୩୨ ଜଣ ଶିକ୍ଷକ ଓରିଏଂଟେସନରେ ସାମିଲ ହେବେ ।

Comments are closed.