ଆଜି ରାଜ୍ୟର ବିଭିନ୍ନ କ୍ରୀଡା ପ୍ରକଳ୍ପର ସମୂହର ଉଦଘାଟନ ଓ ୮୯ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମର ଶିଳାନ୍ୟାସ କରିବେ ନବୀନ

ଭୁବନେଶ୍ୱର- ରାଜ୍ୟରେ କ୍ରୀଡାର ପ୍ରସାର ପାଇଁ ଉଦ୍ୟମ ସ୍ୱରୂପ ଆଜି ବିଭିନ୍ନ କ୍ରୀଡା ଭିତ୍ତିଭୂମି ଓ ଷ୍ଟାଡିୟମର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମର ନୂଆ କ୍ରୀଡା ଛାତ୍ରାବାସ, ଅନୁଗୁଳ ଓ ବାରିପଦାରେ ସୁଇମିଂ ପୁଲ୍ ଓ ରାଉରକେଲାର ଇଣ୍ଡୋର ଷ୍ଟାଡିୟମକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏହାଛଡା ୮୯ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ପାଇଁ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

Comments are closed.