ଚିତ୍ତରଂଜନ ପଲାଇ ହତ୍ୟା ମାମଲାର କ୍ରାଇମବ୍ରାଂଚ ତଦନ୍ତ ଆରମ୍ଭ

ପୁରୀ-ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତରଂଜନ ପଲାଇ ହତ୍ୟା ମାମଲାର କ୍ରାଇମବ୍ରାଂଚ ତଦନ୍ତ ଆରମ୍ଭ ହୋଇଛି । ଏଥିପାଇଁ ପୁରୀ ଜିଲ୍ଲା ବଡମୃଗଶିରାରେ ୪ ଜଣିଆ କ୍ରାଇମବ୍ରାଂଚ ଟିମ୍ ପହଂଚିଛି । ପଲାଇଙ୍କ ମୃତଦେହ ଉଦ୍ଧାର ହୋଇଥିବା ସ୍ଥାନରେ ତଦନ୍ତ ଆରମ୍ଭ କରିଛି ଟିମ୍ । କ୍ରାଇମବ୍ରାଂଚ ସହ ପୁରୀ ଏସଆଇଟି ଟିମ୍ ମଧ୍ୟ ତଦନ୍ତରେ ସାମିଲ ହୋଇଛି । ଚିତ୍ତରଂଜନ ପଲାଇଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା । ଏହାର କ୍ରାଇମବ୍ରାଂଚ ତଦନ୍ତ ପାଇଁ ଏସପିଙ୍କୁ ଭେଟି ଦାବି କରିଥିଲେ ଚିତ୍ତରଂଜନଙ୍କ ପରିବାର ସଦସ୍ୟ । ଯୋଜନା ବୋର୍ଡ ଉପାଧ୍ୟକ୍ଷ ମଧ୍ୟ ମାମଲାର ସଠିକ ତଦନ୍ତ ପାଇଁ ଏସପିଙ୍କୁ କହିଥିଲେ । ଗତକାଲି ଡିଜିପି ଅଭୟ ଘଟଣାର କ୍ରାଇମବ୍ରାଂଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

Comments are closed.