ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପ୍ରାକ୍ ପ୍ରସ୍ତୁତି, ବିଭିନ୍ନ ଜିଲ୍ଲାକୁ ପଠାଗଲା ଇଭିଏମ

ଭୁବନେଶ୍ୱର- ପୌର ନିର୍ବାଚନ ପାଇଁ ପ୍ରାକ୍ ପ୍ରସ୍ତୁତି । ରାଜ୍ୟ ନିର୍ବାଚନ ଆୟୋଗ ବିଭିନ୍ନ ଜିଲ୍ଲାକୁ ଇଭିଏମ ପଠାଇଛନ୍ତି । ବୁଧବାର ଓ ଆଜି ୧୫ଟି ଜିଲ୍ଲାକୁ ଆୟୋଗ ଇଭିଏମ ପଠାଇଛି । ରାଜ୍ୟରେ ପଂଚାୟତ ପରେ ପୌର ନିର୍ବାଚନ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି ନିର୍ବାଚନ ଆୟୋଗ । ପ୍ରାକ୍ ପ୍ରସ୍ତୁତି ସ୍ୱରୂପ ଜିଲ୍ଲାଗୁଡିକୁ ଇଭିଏମ ଓ ଫର୍ମ ପଠାଇବା ଲାଗି ବ୍ୟବସ୍ଥା ହେଉଛି । ୧୫ଟି ଜିଲ୍ଲାକୁ ୩ ହଜାର ୨୫ଟି ଇଭିଏମ ପଠାଯାଇଛି । ଆଉ ୫ ହଜାର ଇଭିଏମ ଆବଶ୍ୟକ ରହିଛି । ଜାନୁଆରୀ ମାସ ସୁଦ୍ଧା ସବୁ ଇଭିଏମ ଜିଲ୍ଲାରେ ପହଂଚିଯିବ । ରାଜ୍ୟର ୧୦୫ଟି ପୌରାଂଚଳରେ ନିର୍ବାଚନ ହେବ । କଟକ, ଭୁବନେଶ୍ୱର ଓ ବ୍ରହ୍ମପୁର ମହାନଗର ନିଗମ ପାଇଁ ବି ନିର୍ବାଚନ ହେବ । ୧୧୪ ୟୁଏଲବି ମଧ୍ୟରେ ୫ଟି ମହାନଗର ନିଗମ, ୪୮ଟି ମ୍ୟୁନିିସିପାଲିଟି ଓ ୬ଟି ଏନଏସି ରହିଛି । ୫ଟି ମହାନଗର ନିଗମ ମଧ୍ୟରୁ କୋର୍ଟରେ ମାମଲା ଯୋଗୁଁ ସମ୍ବଲପୁର ଓ ରାଉରକେଲା ହାନଗର ନିଗମରେ ନିର୍ବାତନ ପ୍ରକ୍ରିୟା ଆରମ୍ଭ କରାଯାଇନାହିଁ ।

Comments are closed.