ଆଇସିଜେଏସ ପ୍ରକଳ୍ପ କାର୍ଯ୍ୟକାରିତା କ୍ଷେତ୍ରରେ ଓଡିଶା ପୋଲିସ ସାରାଦେଶରେ ପ୍ରଥମ, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

କଟକ- ଇଂଟର ଅପରେବଲ୍ କ୍ରିମିନାଲ ଜଷ୍ଟିସ ସିଷ୍ଟମ -ଆଇସିଜେଏସ ପ୍ରକଳ୍ପ ସଫଳତାର ସହ କାର୍ଯ୍ୟକାରୀ କରିଥିବାରୁ ଜାତୀୟ ସ୍ତରରେ ସ୍ୱୀକୃତ ହୋଇଛି ଓଡିଶା ପୋଲିସ । ଏ କ୍ଷେତ୍ରରେ ସାରା ଦେଶରେ ଓଡିଶା ପୋଲିସ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛି । ୟୁପି ଓ ଛତିଶଗଡ ପୋଲିସ ମିଳତ ଭାବେ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ତୃତୀୟ ସ୍ଥାନ ଅଧିକାର କରିଛି ମଧ୍ୟ ପ୍ରଦେଶ ପୋଲିସ । ଏହି ସଫଳତା ନେଇ ଓଡିଶା ପୋଲିସକୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଡିଜିପି ଅଭୟ ମଧ୍ୟ ଖୁସି ପ୍ରକାଶ କରି ଷ୍ଟେଟ୍ କ୍ରାଇମ ରେକର୍ଡସ ବ୍ୟୁରୋ-ଏସସିଆରବି ଓ ରାଜ୍ୟ ଫୋରେନସିକ୍ ସାଇନ୍ସ ଲାବୋରେଟୋରୀକୁ ଅଭିନନ୍ଦନ ଜଣାଇଛନ୍ତି ।

Comments are closed.