କେନ୍ଦ୍ରାପଡା ଜିଲ୍ଲାରେ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ କଂପାନିର ପ୍ରସ୍ତାବିତ ମେଗା ଇସ୍ପାତ କାରଖାନାକୁ ରାଜ୍ୟ ସରକାରଙ୍କ ମଂଜୁରୀ

ଭୁବନେଶ୍ୱର- କେନ୍ଦ୍ରାପଡାର ମହାକାଳପଡା ବ୍ଲକରେ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ ମେଗା ଇସ୍ପାତ କାରଖାନା ପ୍ରତିଷ୍ଠା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କ୍ଲିୟରାନସ ପ୍ରାଧିକରଣ ବୈଠକରେ ବାର୍ଷିକ ୨୪ ନିୟୁତ ଟନ୍ ଉତ୍ପାଦନ ବିଶିଷ୍ଟ ମେଗା ଇସ୍ପାତ କାରଖାନା ପାଇଁ ମିତ୍ତଲ କଂପାନିର ପୁଂଜିନିବେଶ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ପ୍ରକଳ୍ପ ପାଇଁ କଂପାନି ୧ ଲକ୍ଷ ୨ ହଜାର ୨୭୫ କୋଟି ଟଙ୍କା ପୁଂଜିନିବେଶ କରିବ । ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ୧୬ ହଜାର ଲୋକଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ମିଳିବ । ଆସନ୍ତା ୭ ବର୍ଷ ମଧ୍ୟରେ ଏହି ମେଗା ପ୍ରକଳ୍ପ କାର୍ଯ୍ୟ ଶେଷ ହେବ । ମ୍ୟାନୁଫାକଚରିଂ କ୍ଷେତ୍ରରେ ଦେଶରେ ଏହା ସର୍ବବୃହତ ପ୍ରକଳ୍ପ । ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ କଂପାନି ନିଜର ସଦ୍ୟତମ ଗ୍ରୀନ ଷ୍ଟିଲ ଉତ୍ପାଦନ ଟେକ୍ନୋଲୋଜି ମାଧ୍ୟମରେ ବାର୍ଷିକ ୨୪ ନିୟୁତ ଟନ୍ ବିଭିନ୍ନ ଗ୍ରେଡ୍‌ର ଷ୍ଟିଲ ଉତ୍ପାଦନ କରିବ । କେନ୍ଦ୍ରାପଡା ଜିଲ୍ଲାରେ ଏହି ମେଗା ଷ୍ଟିଲ ପ୍ରକଳ୍ପ ପାଇଁ ଭିତ୍ତିଭୂମି ବିକାଶ କରାଯିବ, ଯାହାକି ଏହି ଅଂଚଳରେ ଲଜିଷ୍ଟିକ ଓ ସାମଗ୍ରିକ ବିକାଶକୁ ତ୍ୱରାନ୍ୱିତ କରିବ ।

Comments are closed.