ରାଜ୍ୟରେ ଆଉ ୧୬୯ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ କୋରୋନାର ଆଉ ୧୬୯ ମାମଲା ଚିହ୍ନଟ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ସଙ୍ଗରୋଧରୁ ୯୭ ଓ ସ୍ଥାନୀୟ ଅଂଚଳରୁ ୭୨ ମାମଲା ରିପୋର୍ଟ ହୋଇଛି ।ସଂକ୍ରମିତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସ୍କ ୨୯ ଜଣ ଅଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୮, ସମ୍ବଲପୁରରୁ ୧୦, କଟକରୁ ୯, ସୁନ୍ଦରଗଡରୁ ୯, ଗଞ୍ଜାମରୁ ୭, ଦେବଗଡରୁ ୫, ଗଜପତିରୁ ୩, ଯାଜପୁରରୁ ୩, ମୟୂରଭଞ୍ଜରୁ ୩, ବାଲେଶ୍ୱରରୁ ୨, ଭଦ୍ରକରୁ ୨, ବଲାଙ୍ଗିରରୁ ୨, ଝାରସୁଗୁଡାରୁ ୨, ନୟାଗଡରୁ ୨, ପୁରୀରୁ ୨, କେନ୍ଦ୍ରାପଡାରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୪ଟି ଜିଲ୍ଲାରୁ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇ ନ ଥିବା ବେଳେ ଷ୍ଟେଟ ପୁଲ୍‌ରୁ ୧୯ ମାମଲା ଆସିଛି ।

ରାଜ୍ୟରେ ଏ ଯାଏଁ ୧୦ ଲକ୍ଷ ୫୨ ହଜାର ୬୪୧ ଲୋକ କୋରୋନା ପଜିଟିଭ ହୋଇସାରିଛନ୍ତି । ଏଥିରୁ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୪୨ ହଜାର ୨୨୪ । ସକ୍ରିୟ ମାମଲା ସଂଖ୍ୟା ରହିଛି ୧ ହଜାର ୯୨୨ ।

Comments are closed.