ଓମିକ୍ରନ ଜନିତ ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ସମର୍ଥ : ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର-କୋରୋନାର ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ସମର୍ଥ । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଏହି ସୂଚନା ଦେଇ କହିଛନ୍ତି ଯେ, ଯେତେ ରୋଗୀ ଚିହ୍ନଟ ହେଲେ ମଧ୍ୟ ସେମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ । ସ୍ୱାସ୍ଥ୍ୟ ବିଭାଗ ଏଥିପାଇଁ ପ୍ରସ୍ତୁତ ବୋଲି ସେ କହିଛନ୍ତି । ବ୍ରିଟେନର ଉଦାହରଣ ଦେଇ ସେ କହିଛନ୍ତି ଯେ, ସେ ଦେଶରେ ଯେମିତି ସଂକ୍ରମଣ ବଢୁଛି ନା, ତୃତୀୟ ଲହର ସମ୍ଭାବନା ନିଶ୍ଚିତ । ତେବେ, ଓମିକ୍ରମ ଯୋଗୁଁ ଯେଉଁ ପରିସ୍ଥିତି ସୃଷ୍ଟି ହେବ, ତାକୁ ସମ୍ଭାଳିବା ଲାଗି ସ୍ୱାସ୍ଥ୍ୟ ବିଭାଗର କ୍ଷମତା ରହିଛି । ରୋଗୀ ସଂଖ୍ୟା ବୃଦ୍ଧି ସହ ତାଳ ଦେଇ ଭିତ୍ତିଭୂମି ବଢାଯିବ । ପୂର୍ବ ପ୍ରସ୍ତୁତି ସହ ଅକ୍ସିଜେନ, ବେଡ୍ ଓ ଜରୁରୀ ଔଷଧ ମହଜୁଦ ରଖାଯାଇଛି । ରାଜ୍ୟର ସବୁ କୋଭିଡ ହସପିଟାଲ, ଘରୋଇ ହସପିଟାଲରେ ସ୍ୱତନ୍ତ୍ର ଓମିକ୍ରନ ବ୍ଲକ୍ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

Comments are closed.