ଚିତ୍ତରଂଜନ ପଲାଇ ମୃତ୍ୟୁ ମାମଲାରେ କ୍ରାଇମବ୍ରାଂଚ ତଦନ୍ତ ଜାରି, ଆଜି ଆସିବ ଶବ ବ୍ୟବଚ୍ଛେଦ ରିପୋର୍ଟ

ପୁରୀ – ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତରଂଜନ ପଲାଇ ମୃତ୍ୟୁ ମାମଲାରେ କ୍ରାଇମବ୍ରାଂଚ ତଦନ୍ତ ଜାରି ରହିଛି । ଆଜି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବ । ଭିସେରା ଓ ବ୍ଲଡ୍ ସାମ୍ପଲ ଟେଷ୍ଟ ରିପୋର୍ଟ ମଧ୍ୟ ଆସିବ । ତଦନ୍ତକୁ ନେଇ ଗଠିଥିବା ଏସଆଇଟି ଯାଂଚ୍ ପାଇଁ ୩୩ଟି ସାମଗ୍ରୀ ପଠାଇଥିଲା । ଚିତ୍ତଙ୍କଠାରୁ କିଏ କେତେ ଟଙ୍କା ନେଇଥିଲା, ତାହାର ବି ଖୋଳତାଡ ଚାଲିଛି । ଚିତ୍ତଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ ନ ହେଲା ଯାଏଁ ପୁରୀରେ ତଦନ୍ତ ଜାରି ରହିବ ବୋଲି କ୍ରାଇମବ୍ରାଂଚ ଡିଏସପି ଶିଶିର ମିଶ୍ର ସୂଚନା ଦେଇଛନ୍ତି । ସେପଟେ କ୍ରାଇମବ୍ରାଂଚ ଏଡିଜି ସଂଜୀବ ପଣ୍ଡା ପୁରୀ ଯାଇ ଏସପି ଓ କ୍ରାଇମବ୍ରାଂଚ ଟିମ୍ ସହ ଆଲୋଚନା କରିବେ ।

Comments are closed.