ପଂଚାୟତ ନିର୍ବାଚନ : ବିଜ୍ଞପ୍ତି ଦିନଠାରୁ ଲାଗୁ ହେବ ଆଚରଣ ବିଧି

ଭୁବନେଶ୍ୱର- ଆଗାମୀ ପଂଚାୟତ ନିର୍ବାଚନ ପାଇଁ ପ୍ରଥମ ପଦକ୍ଷେପ ନେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ । ସର୍ବଦଳୀୟ ବୈଠକ ପରେ ରାଜ୍ୟରେ ଯେ କୌଣସି ସମୟରେ ନିର୍ବାଚବ ଲାଗି ବିଜ୍ଞପ୍ତି ପ୍ରକାଶ ପାଇପାରେ । ତେଣୁ ବିଜ୍ଞପ୍ତି ପ୍ରକାଶ ଦିନଠାରୁ ପୌରାଂଚଳ ବ୍ୟତୀତ ସବୁ ରାଜ୍ୟର ଅନ୍ୟ ଅଂଚଳରେ ଆଦର୍ଶ ଆଚରଣ ବିଧି ଲାଗୁ ହେବ । ଏହି ଆଚରଣ ବିଧି ଭୋଟ ଗଣତି ଶେଷ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏ ସଂପର୍କରେ ରାଜ୍ୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଚଳିତମାସ ଶେଷ ସପ୍ତାହରେ ରାଜ୍ୟରେ ପଂଚାୟତ ନିର୍ବାଚନ ନେଇ ତାରିଖ ଘୋଷଣା ହେବା ସମ୍ଭାବନା ରହିଛି । ପଂଚାୟତ ଭୋଟ୍ ନେଇ ସମସ୍ତ ପ୍ରାକ୍ ପ୍ରସ୍ତୁତି ଶେଷ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଭୋଟର ତାଲିକା ସଂଶୋଧନ ହୋଇସାରିଛି । ଆସନ୍ତାବର୍ଷ ଫେବ୍ରୁଆରୀ-ମାର୍ଚ୍ଚରେ ରାଜ୍ୟରେ ପଂଚାୟତ ନିର୍ବାଚନ ହେବା ସମ୍ଭାବନା ରହିଛି ।

Comments are closed.