କରୋନା ଅପଡେଟ୍: ଦେଶରେ ଆଉ ୭୦୮୧ ନୂଆ ମାମଲା, ୨୬୪ ମୃତ

ନୂଆଦିଲ୍ଲୀ: ଦେଶର କରୋନାର ପ୍ରକୋପ କମିଥିଲେ ମଧ୍ୟ ବିପଦ ଟଳି ନାହିଁ । ବଡ଼ କଥା ହେଉଛି ବର୍ତ୍ତମାନ ଦେଶରେ ଓମିକ୍ରନ୍ ଭାରିଆଣ୍ଟ୍ର ମାମଲା ମଧ୍ୟ ବଢ଼ି ଚାଲିଛି । ଗତ ୨୪ ଘଣ୍ଟାରେ ଦେଶରେ ୭୦୮୧ ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଏହି ସମୟରେ ୨୬୪ ଜଣଙ୍କର ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ କରୋନାର ଓମିକ୍ରନ୍ ଭାରିଆଣ୍ଟସ୍ ୧୪୫ଟି ମାମଲା ରୁଜୁ ହୋଇଛି |

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୮୩ ହଜାର ୯୧୩ ରହିଛି। ଏଥି ସହିତ, ଏହି ମହାମାରୀ ଯୋଗୁଁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୪ ଲକ୍ଷ ୭୭ ହଜାର ୪୨୨କୁ ବୃଦ୍ଧି ପାଇଛି। ତଥ୍ୟ ଅନୁଯାୟୀ, ଗତକାଲି ୭୪୬୯ ସୁସ୍ଥ ହୋଇଛନ୍ତି । ଯାହା ପରେ ଏପର୍ଯ୍ୟନ୍ତ ୩ କୋଟି ୪୧ ଲକ୍ଷ ୭୮ ହଜାର ୯୪୦ ଲୋକ ସଂକ୍ରମଣମୁକ୍ତ ହୋଇଯାଇଛନ୍ତି।

ଦେଶବ୍ୟାପୀ ଟୀକାକରଣ ଅଭିଯାନରେ ଏପର୍ଯ୍ୟନ୍ତ ୧୩୬ କୋଟିରୁ ଅଧିକ ଡୋଜ୍ ଟିକା ଦିଆଯାଇଛି। ଗତକାଲି ୭୬ ଲକ୍ଷ ୫୪ ହଜାର ୪୬୬ ଡୋଜ ଦିଆଯାଇଥିଲା । ଏପର୍ଯ୍ୟନ୍ତ ୧୩୭ କୋଟି ୪୬ ଲକ୍ଷ ୧୩ ହଜାର ୨୫୨ ଡୋଜ ଟିକା ଦିଆଯାଇଛି। ସେପଟେ ଓମିକ୍ରନର ୧୪୫ଟି ମାମଲା ରୁଜୁ ହୋଇଛି।

Comments are closed.