ପର୍ଯ୍ୟାପ୍ତ ରୋଗ ପ୍ରତିରୋଧକ ଶକ୍ତି ନ ଥିଲେ ଦିନକୁ ଦେଢ ଲକ୍ଷ ସଂକ୍ରମିତ ବାହାରିପାରନ୍ତି

ଭୁବନେଶ୍ୱର- କୋରୋନାର ନୂଆ ଭାରିଆଂଟ୍ ଓମିକ୍ରମ ଚାରିଆଡେ ବ୍ୟାପିବା ଚିନ୍ତାଜନକ । ଓଡିଶାରେ ବର୍ତ୍ତମାନ ସୁଦ୍ଧା ବିଦେଶରୁ ଫେରିଥିବା ୭ ଜଣ ଲୋକ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କର ଜିନମ ସ୍ୱିକ୍ୱେନସିଂ କରାଯାଇଥିଲା । ସେମାନେ ଓମିକ୍ରନରେ ଆକ୍ରାନ୍ତ ନ ଥିଲେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଅନ୍ୟ ତିନିଜଣଙ୍କ ନମୁନା ସିକ୍ୱେନସିଂ ପାଇଁ ଯାଇଛି । ଆଇଆଇଟି ମଡେଲ ଅନୁସାରେ ଯଦି ରୋଗ ପ୍ରତିରୋଧକ ଶକ୍ତି ପର୍ଯ୍ୟାପ୍ତ ପରିମାଣର ନଥାଏ, ତେବେ ଦିନକୁ ଦେଢ ଲକ୍ଷ ପର୍ଯ୍ୟନ୍ତ ସଂକ୍ରମିତ ବାହାରିପାରନ୍ତି । ନିର୍ବାଚନ ହେଉ ବା ସ୍କୁଲ ଖୋଲିବା ହେଉ, ସଂକ୍ରମିତଙ୍କ ସଂଖ୍ୟା ଦେଖି କଟକଣା ଜାରି କରାଯିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

Comments are closed.