ଓମିକ୍ରନ୍ ଯୋଗୁଁ ବିଭିନ୍ନ ଦେଶରେ ଫେରିଲା କଟକଣା, ନେଦରଲ୍ୟାଣ୍ଡ୍ସରେ ଲକଡାଉନ୍, ଫ୍ରାନ୍ସରେ ନୂଆବର୍ଷରେ ଆତସବାଜି ମନା

ନୂଆଦିଲ୍ଲୀ: କରୋନାର ଓମିକ୍ରନ୍ ଭାରିଆଣ୍ଟ ଯୋଗୁଁ ବିଭିନ୍ନ ଦେଶରେ ପୁଣି କଟକଣା ଫେରିଛି । ଦୈନିକ ରେକର୍ଡ କୋଭିଡ ମାମଲା ମଧ୍ୟରେ ଆମେରିକା, ଫ୍ରାନ୍ସ, ବ୍ରିଟେନ ଭଳି ଦେଶରେ ପୁଣି ଥରେ କଡ଼ା କଟକଣା ଲାଗୁ କରାଯାଇଛି |

ନୂଆବର୍ଷରେ ଫ୍ରାନ୍ସ ଆତସବାଜି ଉପରେ ପ୍ରତିବନ୍ଧକ ଲଗାଇଥିବାବେଳେ ଖ୍ରୀଷ୍ଟମାସ ଦିନ ନେଦରଲ୍ୟାଣ୍ଡ ଲକଡାଉନ୍ ଘୋଷଣା କରିଛି। ରେକର୍ଡ ଦୈନିକ ମାମଲା ମଧ୍ୟରେ ବ୍ରିଟେନ ମଧ୍ୟ ପୁଣି ଲକଡାଉନ୍ ଲାଗୁ କରିବାକୁ ଚିନ୍ତା କରୁଛି । ସେହିପରି ଆୟର୍ଲାଣ୍ଡ ମଧ୍ୟ ପବ୍-ବାର୍ ଉପରେ ପ୍ରତିବନ୍ଧକ ଲଗାଇଛି।

ଭାରତରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ଥିଲେ ମଧ୍ୟ ଓମିକ୍ରନ୍ ମାମଲା ଦ୍ରୁତ ଗତିରେ ବଢୁଛି | ମହାରାଷ୍ଟ୍ରରେ ସର୍ବାଧିକ ଓମିକ୍ରନ୍ ମାମଲା ରେକର୍ଡ କରିଛି | ଓମିକ୍ରନ୍ ରୋଗୀଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଥିବା ବେଳେ ଏହି ଷ୍ଟ୍ରେନ୍ କାରଣରୁ ଭାରତରେ କରୋନାର ତୃତୀୟ ଲହର ଆସିପାରେ ବୋଲି ବିଶେଷଜ୍ଞ ଆଶଙ୍କା ପ୍ରକାଶ କରିଛନ୍ତି ।

Comments are closed.