ରାଜ୍ୟରେ ଶୀତ ବଢିବ, ଆସନ୍ତାକାଲି ସକାଳ ଯାଏଁ ୧୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର-ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି । ଗତକାଲି ରାତିରେ ରାଜ୍ୟର ୧୩ଟି ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା । ତେବେ ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି ଯେ, ରାଜ୍ୟରେ ଶୀତ ଆହୁରି ବଢିବ । ଉତ୍ତର –ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ପବନ ବହୁଥିବାରୁ ରାଜ୍ୟରେ ଶୀତ ବଢିବ । ରାଜ୍ୟରେ ତାପମାତ୍ରା ସ୍ୱାଭାବିକଠାରୁ ୪ ରୁ ୬ ଡିଗ୍ରୀ ହ୍ରାସ ପାଇବ । ପ୍ରବଳ ଶୀତ ହେବାକୁ ଥିବାରୁ ୧୪ଟି ଜିଲ୍ଲାକୁ ମଙ୍ଗଳବାର ସକାଳ ସାଢେ ୮ଟା ଯାଏଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସୁନ୍ଦରଗଡ, ଝାରସୁଗୁଡା, ବରଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ସୋନପୁର,ବୌଦ୍ଧ, କନ୍ଧମାଳ, ଭଦ୍ରକ, ଅନୁଗୁଳ, ଢେଙ୍କାନାଳ,ଦେବଗଡ ଓ ସମ୍ବଲପୁର ଜିଲ୍ଲା ପାଇଁ ଜାରି କରାଯାଇଛି ୟେଲୋ ୱାର୍ଣ୍ଣିଂ ।

Comments are closed.