ଉଠା ଦୋକାନୀଙ୍କୁ ଆଜି କୋଭିଡ ସହାୟତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – କୋରୋନା ମହାମାରୀ ବିଭିନ୍ନ ବର୍ଗର ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେଇଛି । ଅନେକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି । ରାସ୍ତାକଡର ଉଠା ଦୋକାନୀମାନେ ମଧ୍ୟ ଆର୍ଥକ ଦୁର୍ଗତିର ସମ୍ମୁଖୀନ ହୋଇଛନ୍ତି । ଉଠା ଦୋକାନୀଙ୍କୁ ଆଶ୍ୱସ୍ତି ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ କୋଭିଡ ସହାୟତା ପ୍ରଦାନ କରିବେ । ଉଠା ଦୋକାନୀଙ୍କୁ ୩ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ମିଳିବ । ଆଜି ଦିନ ସାଢେ ୧୧ଟାରେ ମୁଖ୍ୟମନ୍ତ୍ରୀ ଭର୍ଚୁଆଲରେ ସହାୟତା ପ୍ରଦାନର ଶୁଭାରମ୍ଭ କରିବେ । ରାଜ୍ୟରେ ୫ ମହାନଗରରେ ଉଠା ଦୋକାନୀଙ୍କୁ କୋଭିଡ ସହାୟତା ମିଳିବ ।

Comments are closed.