୧୧ଟି ସହରର ତାପମାତ୍ରା ୧୦ ଡିଗ୍ରୀରୁ କମ୍ , ଫୁଲବାଣୀ ଶୀତଳ ସହର

ଭୁବନେଶ୍ୱର- ରାଜ୍ୟର କିଛି ସ୍ଥାନରେ ରାତି ତାପମାତ୍ରା ବୃଦ୍ଧି ପାଇ ଶୀତରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିଲେ ମଧ୍ୟ ୧୧ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବା ରେକର୍ଡ କରାଯାଇଛି । ପୁଣି ଥରେ ଫୁଲବାଣୀ ରାଜ୍ୟର ସବୁଠୁ ଥଣ୍ଡା ସ୍ଥାନ ହୋଇଛି । ଗତକାଲି ରାତିରେ ଫୁଲବାଣୀ ସହରର ତାପମାତ୍ରା ଥିଲା ୬ ଦଶମିକ ୫ ଡିଗ୍ରୀ ସେଲସିୟସ । ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ରାତି ତାପମାତ୍ରା ବଢିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

Comments are closed.