ଭୁବନେଶ୍ୱରରେ ଚତୁର୍ଥ ଜାତୀୟ ପାରା ବ୍ୟାଡମିଂଟନ ଚାମ୍ପିଅନସିପ ଉଦଘାଟିତ

ଭୁବନେଶ୍ୱର- ଚତୁର୍ଥ ଜାତୀୟ ପାରା ବ୍ୟାଡମିଂଟନ ଚାମ୍ପିଅନସିପ ଭୁବନେଶ୍ୱରରେ ଉଦଘାଟିତ ହୋଇଛି । ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ତିନି ଦିନିଆ ପ୍ରତିଯୋଗିତାକୁ ଉଦଘାଟନ କରିଛନ୍ତି । ଏହି ଅବସରରେ କ୍ରୀଡା ସଚିବ ଆର୍‌. ଭିନିଲ କ୍ରିଷ୍ଣା, ପିସିଆଇ ସଭାପତି ଦୀପା ମଲ୍ଲିକ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଟୋକିଓ ପାରା ଅଲିମ୍ପିକ୍ସ ବ୍ୟାଡମିଂଟନର ସ୍ୱର୍ଣ୍ଣ ବିଜେତା ପ୍ରମୋଦ ଭଗତ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ ।

Comments are closed.