ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ସଂରକ୍ଷଣ ନେଇ ପୁଣି ଚିଠା ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର- ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ସଂରକ୍ଷଣ ନେଇ ପୁଣି ଚିଠା ବିଜ୍ଞପ୍ତି ପ୍ରକାଶ କରିଛନ୍ତି ରାଜ୍ୟ ସରକାର। ୭ଟି ଅଧ୍ୟକ୍ଷ ପଦ ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ଥିବା ବେଳେ ୫ଟି ଅଧ୍ୟକ୍ଷ ପଦ ଅନୁସୂଚିତ ଜନଜାତି ଓ ୧୦ ଅଧ୍ୟକ୍ଷ ପଦ ଅଣସଂରକ୍ଷିତ ରଖାଯାଇଛି। ଅନୁଗୁଳ, କଟକ, କଳାହାଣ୍ଡି, କେନ୍ଦୁଝର, ଗଜପତି, ଦେବଗଡ, ନୟାଗଡ, ବରଗଡ, ବାଲେଶ୍ୱର ଓ ସୋନପୁର ଅଣସଂରକ୍ଷିତ ରହିଛି। ମହିଳାଙ୍କ ପାଇଁ କନ୍ଧମାଳ, କେନ୍ଦ୍ରାପଡା, କୋରାପୁଟ, ଖୋର୍ଦ୍ଧା,ଗଞ୍ଜାମ ଜିଲ୍ଲା ସଂରକ୍ଷିତ ଥିବା ବେଳେ ମହିଳାଙ୍କ ପାଇଁ ଝାରସୁଗୁଡା, ଢେଙ୍କାନାଳ, ନୂଆପଡା, ପୁରୀ ଓ ବଲାଙ୍ଗିର ସଂରକ୍ଷିତ ରହିଛି। ୧୦ ଦିନ ଯାଏଁ ଅଭିଯୋଗ ଗ୍ରହଣ ହୋଇପାରିବ। ଆସନ୍ତା ୩ ତାରିଖ ମଧ୍ୟରେ ଅଭିଯୋଗ ଦାଖଲ ହୋଇପାରିବ। ଅଭିଯୋଗ, ପରାମର୍ଶ ମିଳିବା ପରେ ସଂରକ୍ଷଣ ନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ।

Comments are closed.