୧୩ଟି ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ, ଏସସିବିର ସଂପ୍ରସାରଣ ପାଇଁ ୮୮୮ କୋଟି ଟେଣ୍ଡର ମଞ୍ଜୁରୀ, ୩୩୨୮ ମଲ୍ଟି ଲିଙ୍ଗୁଆଲ ଶିକ୍ଷକ ହେବେ ନିୟମିତ

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ୧୩ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କଟକ ଏସସିବର ସଂପ୍ରସାରଣ ପାଇଁ ୮୮୮ କୋଟିର ଟେଣ୍ଡରକୁ ମଞ୍ଜୁରୀ ଦିଆଯାଇଛି । କଳାହାଣ୍ଡିର ସାନ୍ଦୁଲ ନଦୀରେ ବ୍ୟାରେଜ ପାଇଁ ନିଷ୍ପତ୍ତି ହୋଇଛି । ୨୯ ଗାଁର ୫ ହଜାର ହେକ୍ଟର ଜମିକୁ ପାଣି ଯିବ । ଅଢେଇ ବର୍ଷରେ କାମ ସରିବ । ଗ୍ରାମାଂଚଳରେ ଲୋ ଭୋଲଟେଜ୍ ଦୂର କରିବା ସଂପର୍କିତ ପ୍ରସ୍ତାବ ଅନୁମୋଦନ କରିଛି କ୍ୟାବିନେଟ୍ । ୨୬୦ କୋଟି ଟଙ୍କା ବ୍ୟୟରେ ଆଠମଲ୍ଲିକ, ମ.ରାମପୁର, ଚିତ୍ତାକୋ, ଆଗଲପୁରରେ ଗ୍ରୀଡ ସବଷ୍ଟେସନ ହେବ । ୯୯ଟି ୧୧ କେଭି ଓ ୬୪ଟି ୩୩ କେଭି ଲାଇନ ୩ ବର୍ଷରେ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।
୩ ହଜାର ୩୨୮ ଜଣ ମଲ୍ଟି ଲିଙ୍ଗୁଆଲ୍ ଶିକ୍ଷା ସହାୟକ ନିୟମିତ ହେବେ । ଚାକିରିର ୬ ବର୍ଷ ପରେ ସେମାନଙ୍କୁ ସହକାରୀ ଶିକ୍ଷକ ମାନ୍ୟତା ମିଳିବ । ଏ ସଂକ୍ରାନ୍ତୀୟ ପ୍ରସ୍ତାବ କ୍ୟାବିନେଟରେ ଅନୁମୋଦନ ହୋଇଛି ।

Comments are closed.