ଓମିକ୍ରନ ମୁକାବିଲା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ତତ୍ପର, ବାହାର ପର୍ଯ୍ୟଟକଙ୍କ ଉପରେ ନଜର, ଜିରୋନାଇଟ ସେଲିବ୍ରେସନ ମନା

ପୁରୀ- ନୂଆବର୍ଷକୁ ଦୃଷ୍ଟିରେ ରଖି ପୁରୀକୁ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ ଓମିକ୍ରନ ସଂକ୍ରମଣ ଆଶଙ୍କା ପ୍ରଶାସନକୁ ଚିନ୍ତାରେ ପକାଇଛି । ସଂକ୍ରମଣ ରୋକିବା ଲାଗି ଅଂଟା ଭିଡିଛ ପ୍ରଶାସନ । ଜିଲ୍ଲାରେ ଜିରୋ ନାଇଟ ସେଲିବ୍ରେସନକୁ ବାରଣ କରାଯାଇଛି । ରେଳ ଷ୍ଟେସନ ଓ ବସଷ୍ଟାଣ୍ଡରେ ଫିଭର କ୍ଲିନିକ ଖୋଲାଯାଇ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ସ୍ୱାସ୍ଥ୍ୟ ଯାଂଚ କରାଯାଇ ସେମାନଙ୍କ ତଥ୍ୟ ରଖାଯିବ । ଭିଡକୁ ଦୃଷ୍ଟିରେ ରଖି ହୋଟେଲମାନଙ୍କରେ ଜିରୋ ନାଇଟ ଓ ନୂଆବର୍ଷ ସେଲିବ୍ରେସନ ମନା ହୋଇଛି ।

ଶ୍ରୀମନ୍ଦିର ପ୍ରଶାସନର ଏସଓପି ଅନୁସାରେ ଡିସେମ୍ବର ୩୧ ତାରିଖରୁ ଜାନୁଆରୀ ୨ ଯାଏଁ ଶ୍ରୀମନ୍ଦିର ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ । ଭିଡ ଓ ସଂକ୍ରମଣ ଏଡାଇବା ପାଇଁ ଏପରି କରାଯାଇଛି ।

Comments are closed.