ଜାନୁଆରୀ ୫ରୁ ମାଟ୍ରିକ ସମେଟିଭ ଆସେସେମେଂଟ-୧ ପରୀକ୍ଷା

ଭୁବନେଶ୍ୱର- ଆସନ୍ତାମାସ ୫ ତାରିଖରୁ ମାଟ୍ରିକ ସମେଟିଭ ଆସେସମେଂଟ୍ -୧ ପରୀକ୍ଷା ଆରମ୍ଭ ହେବ । ଯେଉଁ ପର୍ଯ୍ୟନ୍ତ କୋର୍ସ ସରିଛି, ସେ ପର୍ଯ୍ୟନ୍ତ ମାଟ୍ରିକ ସମେଟିଭ ଆସେସମେଂଟ୍ -୧ ପରୀକ୍ଷା କରାଯିବ । ଯଦି କୌଣସି କାରଣରୁ ମାଟ୍ରିକ ପରୀକ୍ଷା ହୋଇପାରିବ ନାହିଁ , ତେବେ ସମେଟିଭ ଆସେସମେଂଟ୍ ପରୀକ୍ଷା ଅନୁସାରେ ପିଲାଙ୍କୁ ମାର୍କ ଦିଆଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ସୂଚନା ଦେଇଛନ୍ତି । ମୋଟ ୫ ଲକ୍ଷ ୭୧ ହଜାର ୯୩୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ପ୍ରଥମ ସମେଟିଭ ଆସେସମେଂଟ ପରୀକ୍ଷା ଜାନୁଆରୀ ୫ରୁ ୮ ତାରିଖ ଯାଏଁ ଚାଲିବ ।

Comments are closed.