ଡିସେମ୍ବର ୩୧ରୁ ଜାନୁଆରୀ ୨ ତାରିଖ ଯାଏଁ ବିଏମସି ଅଧୀନସ୍ଥ ଅଂଚଳରେ ବନ୍ଦ ରହିବ ସବୁ ଧର୍ମପୀଠ

ଭୁବନେଶ୍ୱର – ଓମିକ୍ରନ ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଭୁବନେଶ୍ୱର ମହାନଗର ନିଗମ ଅଧିନରେ ଥିବା ସମସ୍ତ ଧାର୍ମିକ ପୀଠ ଡିସେମ୍ବର ୩୧ରୁ ୨୦୨୨ ଜାନୁଆରୀ ୨ ତାରିଖ ଯାଏଁ ବନ୍ଦ ରହିବ । ବିଏମସି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । କୋଭିଡ-୧୯ ଓ ଏହାର ନୂଆ ଭାରିଆଂଟ ଓମିକ୍ରନ ସଂକ୍ରମଣ ରୋକିବା ପାଇଁ ମନ୍ଦିର, ମସଜିଦ, ଚର୍ଚ୍ଚ ଭଳି ଧାର୍ମିକ ପୀଠ ସର୍ବସାଧାରଣଙ୍କ ପାଇଁ ଡିସେମ୍ବର ୩୧ରୁ ଜାନୁଆରୀ ୨ ତାରିଖ ଯାଏଁ ବନ୍ଦ ରହିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି । ଜନସାଧାରଣଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଇଥିବା ବିଏମସି କହିଛି ।

Comments are closed.