ପଂଚାୟତ ନିର୍ବାଚନ : କୋରୋନା ସ୍ଥିତିକୁ ଦେଖି ଜାରି କରାଯାଇପାରେ ସ୍ୱତନ୍ତ୍ର କଟକଣା

ଭୁବନେଶ୍ୱର- ପଂଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପଂହଚିଛି । ହେଲେ ଓମିକ୍ରନ ବାଧକ ସାଜିବା ଆଶଙ୍କା ରହିଥିଲେ ମଧ୍ୟ ନିର୍ବାଚନ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି ରାଜ୍ୟ ନିର୍ବାଚନ କମିଶନ । ନିର୍ବାଚନ ବେଳେ କୋରୋନା ସ୍ଥିତିକୁ ଦେଖି ସ୍ୱତନ୍ତ୍ର କଟକଣା ଜାରି କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି ।

ନିର୍ବାଚନ କମିଶନରଙ୍କ ସୂଚନା ଅନୁସାରେ ପଂଚାୟତ ନିର୍ବାଚନରେ ପ୍ରାର୍ଥୀଙ୍କ ପାଇଁ ଚିହ୍ନ ଜାରି କରାଯାଇଛି । ନିର୍ବାଚନ ସମୟରେ ପ୍ରାର୍ଥୀଙ୍କୁ ଓଡିଆ ଆଲଫାବେଟିକାଲ୍ ଚିହ୍ନ ପ୍ରଦାନ କରାଯିବ ।

Comments are closed.