ଇଂରାଜୀ ଦୈନିକ ‘ଦି ହିନ୍ଦୁ’ର ୨୦୨୧ ଅନର୍ସ ଲିଷ୍ଟରେ ଓଡିଶା ସରକାରଙ୍କ ‘ମିଲେଟ ମିଶନ’

ଭୁବନେଶ୍ୱର- ଓଡିଶା ସରକାରଙ୍କ ମାଣ୍ଡିଆ ମିଶନ ନୀତି ଆୟୋଗ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିବା ବେଳେ ଏବେ ଏହାକୁ ଆଉ ଏକ ସ୍ୱୀକୃତି ମିଳିଛି । ମାଲକାନଗିରି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ମିଲେଟ ମିଶନ ଭାରତର ପ୍ରମୁଖ ଇଂରାଜୀ ଦୈନିକ ‘ଦି ହିନ୍ଦୁ’ର ୨୦୨୧ ଅନର୍ସ ଲିଷ୍ଟରେ ସ୍ଥାନ ପାଇଛି । ମାଣ୍ଡିଆ ଚାଷର ପ୍ରୋତ୍ସାହନ ଓ ଏହା ପାଇଁ ଏକ ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର । ମାଲକାନଗିରି ଜିଲ୍ଲାରେ ବଣ୍ଡା ଆଦିବାସୀ ସଂପ୍ରଦାୟ ମଧ୍ୟରେ ପୁଷ୍ଟିକର ମାଣ୍ଡିଆକୁ ପୁଣି ଥରେ ଲୋକପ୍ରିୟ କରାଯାଇପାରିଛି ବୋଲି ‘ଦି ହିନ୍ଦୁ’ ଦୈନିକରେ ଉଲ୍ଲେଖ କରାଯାଇଛି ।

Comments are closed.