ଜୟପୁରରେ ଓଲଟିଲା ସରକାରୀ ବସ୍‌, ୫ ଯାତ୍ରୀ ଆହତ

ଜୟପୁର- ବିଶାଖାପାଟଣାରୁ ଉମରକୋଟ ଯାଉଥିବା ଏକ ସରକାରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସ୍‌ଟି ଆଜି ଭୋର୍‌ରେ ଉମୁରୁ ନିକଟରେ ଓଲଟି ପଡିଥିଲା । ଘନ କୁହୁଡି ଯୋଗୁଁ ବସ୍‌ଟି ଓଲଟି ପଡିଥିବା ଜଣାପଡିଛି । ଦୁର୍ଘଟଣାରେ ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛ । ଅନ୍ୟ ଯାତ୍ରୀମାନଙ୍କୁ ଆଉ ଏକ ବସ୍‌ରେ ଉମରକୋଟ ପଠାଯାଇଛି ।

Comments are closed.