ଜାନୁଆରୀ ମାସ ପାଇଁ ରାଜ୍ୟ ସରକାର ଜାରି କଲେ କୋଭିଡ ଗାଇଡଲାଇନ

ଭୁବନେଶ୍ୱର- ଜାନୁଆରୀ ପାଇଁ କୋଭିଡ ଗାଇଡଲାଇନ ଜାରି ହୋଇଛି । ଜାନୁଆରୀ ପହିଲା ସକାଳ ୫ଟାରୁ ଲାଗୁ ହେବ କଟକଣା । ସବୁ ସହରାଂଚଳରେ ରାତି ୧୦ରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ଜାରି ରହିବ । ବଣଭୋଜି, ମେଳା, ପ୍ରଦର୍ଶନୀ, ମହୋତ୍ସବ ସଂପୂର୍ଣ୍ଣ ନିଷେଧ କରାଯାଇଛି । କୌଣସି ଶିକ୍ଷାନୁଷ୍ଠାନ ପକ୍ଷରୁ ପିକନିକ୍ ଓ ଏକ୍ସକର୍ସନ ଉପରେ ବି ପ୍ରତିବନ୍ଧକ ଲଗାଯାଇଛି । ସକାଳ ୫ଟାରୁ ରାତି ୧୦ଟା ଯାଏଁ ରାଜ୍ୟର ସବୁ ଦୋକାନ ବଜାର ଖୋଲିବ ।

ଅନୁମତି ନେଇ ମୁକ୍ତାକାଶ ରଙ୍ଗମଞ୍ଚ, ଯାତ୍ରା, ଅପେରା ଚାଲିପାରିବ । କୋଭିଡ କଟକଣା ସହ ସର୍ବାଧିକ ହଜାରେ ଦର୍ଶକଙ୍କୁ ଅନୁମତି ମିଳିପାରିବ । ରାଜ୍ୟରେ ସାମାଜିକ, ଧାର୍ମିକ ଉତ୍ସବ ଓ ସମାବେଶକୁ ମଧ୍ୟ ନିଷେଧ କରାଯାଇଛି । ସର୍ବାଧିକ ଶହେ ଲୋକଙ୍କୁ ନେଇ ହୋଇପାରିବ ରାଜନୈତିକ ସମାବେଶ । ୫୦ ପ୍ରତିଶତ ଦର୍ଶକ କ୍ଷମତାକୁ ନେଇ ଚାଲିପାରିବ ସିନେମା ହଲ୍ । ତେବେ, ଦର୍ଶକଙ୍କ ପାଇଁ ଡବଲ ଡୋଜ୍ ଟିକା ପ୍ରମାଣ ପତ୍ର ବା ଟେଷ୍ଟ ରିପୋର୍ଟ ଜରୁରୀ ।

Comments are closed.