ବ୍ରଜରାଜ ନଗର ବିଧାୟକ ତଥା ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କ ପରଲୋକ, ରାଜନୈତିକ ମହଲରେ ଶୋକ

ଭୁବନେଶ୍ୱର- ବ୍ରଜରାଜନଗର ବିଧାୟକ ଓ ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କ ପରଲୋକ ହୋଇଯାଇଛି । ହୃଦଘାତରେ ତାଙ୍କର ଦେହାନ୍ତ ହୋଇଯାଇଛି । ମୃତ୍ୟୁବେଳକୁ ବିଧାୟକଙ୍କୁ ୬୩ ବର୍ଷ ବୟସ ହୋଇଥିଲା । କିଶୋର ମହାନ୍ତି ଝାରସୁଗୁଡାରୁ ୩ ଥର ଓ ବ୍ରଜରାଜନଗରୁ ଥରେ ବିଧାୟକ ହୋଇଥିଲେ । ୨୦୦୪ରୁ ୨୦୦୮ ଯାଏଁ କିଶୋର ମହାନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ଥିଲେ । ୨୦୦୮ରୁ ୨୦୦୯ ଯାଏଁ ବିଧାନସଭାର ବାଚସ୍ପତି ଥିଲେ କିଶୋର ମହାନ୍ତି ।

କିଶୋର ମହାନ୍ତିଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକ ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଶୋରଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ବିଜେଡିର ସେ ଜଣେ ଦକ୍ଷ ନେତା ତଥା ଜନପ୍ରତିନିଧି ଥିଲେ କିଶୋର ମହାନ୍ତି । ତାଙ୍କ କାର୍ଯ୍ୟ ପାଇଁ ସେ ସର୍ବଦାସ୍ମରଣୀୟ ହୋଇ ରହିବେ ବୋଲି ମୁଖ୍ୟମନ୍ତ୍ରୀ ଶୋକବାର୍ତ୍ତାରେ କହିଛନ୍ତି ।

Comments are closed.