ଦ୍ୱନ୍ଦ୍ୱ ଦୂର କଲେ ଗଣଶିକ୍ଷା ମନ୍ତ୍ରୀ, ଜାନୁଆରୀ ୩ ରୁ ହିଁ ଖୋଲିବ ପ୍ରାଥମିକ ସ୍କୁଲ, ଅନଲାଇନରେ ବି ପଢିପାରିବେ ପିଲା 

ଭୁବନେଶ୍ୱର – ପ୍ରାଥମିକ ସ୍କୁଲ ଖୋଲିବା ନେଇ ଦ୍ୱନ୍ଦ୍ୱ ଦୂର କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଜାନୁଆରୀ ୩ ତାରିଖରୁ ହିଁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବ । ନୋଡାଲ ଅଫିସର, ଡିଇଓ ଏବଂ ବିଇଓଙ୍କ ସହ ସଚିବ ବୈଠକ କରୁଛନ୍ତି । ଯିଏ ଚାହିଁବେ, ଅନଲାଇନରେ ପଢିପାରିବେ ବୋଲି ମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଯେ, କୋରୋନା ସଂପୂର୍ଣ୍ଣ ଭାବେ ଦୂର ହୋଇନାହିଁ । ପିଲାମାନଙ୍କୁ ଗହଳି ହେଉଥିବା ସ୍ଥାନରୁ ଦୂରେଇ ରଖିବାକୁ ଅଭିଭାବକମାନଙ୍କୁ ନିବେଦନ କରିଛନ୍ତି ମନ୍ତ୍ରୀ । ଓମିକ୍ରନକୁ ଦୃଷ୍ଟିରେ ରଖି ସଂକ୍ରମଣ ମୁକ୍ତ ଶିକ୍ଷା ଲାଗି ବ୍ୟବସ୍ଥା ହୋଇଛି ବୋଲି ସେ କହିଛନ୍ତି । ୨୦୨୨ରେ ପରୀକ୍ଷା ଠିକ୍ ସମୟରେ ହେବ ଓ ଫଳ ମଧ୍ୟ ଠିକ୍ ସମୟରେ ପ୍ରକାଶ ପାଇବାକୁ ଗଣଶିକ୍ଷା ବିଭାଗ ପ୍ରସ୍ତୁତି କରିଥିବା ମନ୍ତ୍ରୀ କହିଛନ୍ତି ।

Comments are closed.