ଆନ୍ଦୋଳନରୁ ଓହରିଲେ ଦିଲ୍ଲୀର ରେସିଡେଣ୍ଟ୍ ଡାକ୍ତର

ନୂଆଦିଲ୍ଲୀ: ଦିଲ୍ଲୀରେ ବଢୁଥିବା କରୋନା ବିପଦ ମଧ୍ୟରେ ରେସିଡେଣ୍ଟ୍ ଡାକ୍ତରମାନେ ସେମାନଙ୍କର ଆନ୍ଦୋଳନ ବନ୍ଦ କରିବାକୁ ଘୋଷଣା କରିଛନ୍ତି। ଦିଲ୍ଲୀ ଡାକ୍ତର ସଂଘର ସଭାପତି ଡାକ୍ତର ମନୀଷ କହିଛନ୍ତି ଯେ ମନ୍ତ୍ରୀଙ୍କୁ ଭେଟିବା ପରେ ସେମାନଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ରଦ୍ଦ ନେଇ ପ୍ରତିଶ୍ରୁତି ଦିଆଯାଇଛି । ତେଣୁ ଆନ୍ଦୋଳନକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଆଜି ଦିନ ୧୨ଟାରୁ ରେସିଡେଣ୍ଟ ଡାକ୍ତରମାନେ କାର୍ଯ୍ୟରେ ଯୋଗଦେବେ ।

ନିଟ୍ କାଉନସେଲିଂରେ ବିଳମ୍ବକୁ ନେଇ ଫେଡେରେସନ୍ ଅଫ୍ ରେସିଡେଣ୍ଟ ଡକ୍ଟର ଆସୋସିଏସନ୍ ଅଫ୍ ଇଣ୍ଡିଆ (ଫୋର୍ଡା) ଗତ ଦୁଇ ମାସ ଧରି ଆନ୍ଦୋଳନ କରିଥିଲେ।

ଆନ୍ଦୋଳନରତ ରେସିଡେଣ୍ଟ ଡାକ୍ତର ଓ ଦିଲ୍ଲୀ ପୋଲିସ ମଧ୍ୟରେ ସୋମବାର ସଂଘର୍ଷ ଘଟିଥିଲା। ଏଥିରେ ଉଭୟ ପକ୍ଷର ଅନେକ ଆହତ ହୋଇଥିଲେ । ଡାକ୍ତର ମାନଙ୍କ ବିରୋଧରେ ପୋଲିସ ମାମଲା ବି ରୁଜୁ କରିଥିଲା । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ମଙ୍ଗଳବାର ଡାକ୍ତରଙ୍କ ଏକ ପ୍ରତିନିଧୀଙ୍କ ସହ ଏକ ବୈଠକ କରିଥିଲେ। ଯଦିଓ ଏହି ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କିଛି ରେସିଡେଣ୍ଟ ଡାକ୍ତରଙ୍କୁ ଭେଟି ପୋଲିସର କାର୍ଯ୍ୟାନୁଷ୍ଠାନ ପାଇଁ ଦୁଃଖ ପ୍ରକାଶ କରିଥିଲେ । କିନ୍ତୁ ଏହା ଯଥେଷ୍ଟ ନୁହେଁ ବୋଲି ଡାକ୍ତରମାନେ କହିଥିଲେ ।

Comments are closed.